FLASH!
ସମ୍ବଲପୁରରେ ୫ ବର୍ଷିଆ ମସଲା ବିକାଶ ଯୋଜନା, କୁଚିଣ୍ଡାର ୪ଟି ପଞ୍ଚାୟତରୁ ହେବ ଆରମ୍ଭSambalpurଝାଡ଼ଖଣ୍ଡ ଦେଇ ଚଳାଚଳ କରୁଥିବା ୬୦ରୁ ଅଧିକ ଟ୍ରେନ୍ ୧୭ ଡିସେମ୍ବର ପର୍ଯ୍ୟନ୍ତ ବାତିଲ୍, ଅନେକ ଟ୍ରେନ୍‌ର ମାର୍ଗ ପରିବର୍ତ୍ତନJharsugudaବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ;୧୦୦୮ ଆଳତି ଓ କାନିକା ପ୍ରସାଦ ବଣ୍ଟନରେ ଭକ୍ତଙ୍କ ଭିଡ଼Ganjamଆଖୁଆ ଓଡ଼ଙ୍ଗ ପୂଜା ମଣ୍ଡପକୁ ଆସି ଆଶ୍ରିବାଦ ନେଲେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ ଆଖୁଆ ଓଡ଼ଙ୍ଗ ବାସୀଙ୍କୁ ଜଣାଇଲେ ଶାରଦୀୟ ଅଭିନନ୍ଦ ଓ ଶୁଭେଚ୍ଛାKendraparaବାମରା ରେଳ ଜନ ସଂବାଦରେ ଓଭରବ୍ରିଜ୍‌, ଅଣ୍ଡରପାସ୍‌ ଓ ଯାତ୍ରୀ ସୁବିଧା ନେଇ ଉଠିଲା ଅନେକ ଦାବିSambalpurଛତ୍ରପୁରରେ ଡିଭାଇଡରରେ ପିଟିଲା ନୂଆ ଇନୋଭା; ଅଳ୍ପକେ ବର୍ତ୍ତିଲେ ୭ ଜଣGanjamବିଭିନ୍ନ ପୂଜାମଣ୍ଡପ ବୁଲି ମା' ଙ୍କ ଆଶୀର୍ବାଦ ନେଲେ ବିଧାୟକ ଅରବିନ୍ଦ ମହାପାତ୍ର, ନିର୍ବାଚନମଣ୍ଡଳୀବlସିଙ୍କୁ ଜଣାଇଲେ ଶାରଦୀୟ ଶୁଭେଚ୍ଛାKendrapara​ସରିଲା ପ୍ରସ୍ତୁତି: ନଭେମ୍ବର ୧୩ରୁ ୧୫ ରାଉରକେଲାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ ।Bhubaneswarନଭେମ୍ବର ୧୩ରୁ ରାଉରକେଲାରେ ODMMର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ, ପ୍ରସ୍ତୁତି ଶେଷSambalpurସରିଲା ପ୍ରସ୍ତୁତି, ନଭେମ୍ବର ୧୩ରୁ ୧୫ ରାଉରକେଲାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପAngul
Back to Web News

ସମ୍ବଲପୁରରେ ୫ ବର୍ଷିଆ ମସଲା ବିକାଶ ଯୋଜନା, କୁଚିଣ୍ଡାର ୪ଟି ପଞ୍ଚାୟତରୁ ହେବ ଆରମ୍ଭ

ସମ୍ବଲପୁରରେ ୫ ବର୍ଷିଆ ମସଲା ବିକାଶ ଯୋଜନା, କୁଚିଣ୍ଡାର ୪ଟି ପଞ୍ଚାୟତରୁ ହେବ ଆରମ୍ଭ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାକୁ ରାଜ୍ୟର ଏକ ପ୍ରମୁଖ ମସଲା ଉତ୍ପାଦନ, ପ୍ରକ୍ରିୟାକରଣ ଓ ବାଣିଜ୍ୟିକ କେନ୍ଦ୍ର ଭାବେ ବିକଶିତ କରିବା ଲକ୍ଷ୍ୟରେ ପାଞ୍ଚ ବର୍ଷିଆ ମସଲା ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ମାଧ୍ୟମରେ ମସଲା ଚାଷର ସମ୍ପ୍ରସାରଣ, ଚାଷୀଙ୍କୁ ପ୍ରଶିକ୍ଷଣ ଏବଂ ଉତ୍ପାଦିତ ମସଲାର ବଜାର ସଂଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ କୁଚିଣ୍ଡା ଉପଜିଲ୍ଲାପାଳ ସି. ସରବଣନ୍‌, ଭାରତୀୟ ମସଲା ବୋର୍ଡର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ଯୋଜନାର ମୁଖ୍ୟ ଦିଗ:

୧. ପ୍ରାରମ୍ଭିକ ପର୍ଯ୍ୟାୟରେ କୁଚିଣ୍ଡା ଉପଖଣ୍ଡର ଚାରିଟି ପଞ୍ଚାୟତରେ ଯୋଜନା ଆରମ୍ଭ କରାଯିବ।

୨. ମାଟିର ଗୁଣବତ୍ତା, ଜଳବାୟୁ ଓ ଜଳସେଚନ ସୁବିଧା ଅନୁଧ୍ୟାନ କରି ହଳଦୀ, ଅଦା, ଲଙ୍କା ଓ ଧନିଆ ଚାଷ ପାଇଁ ଉପଯୁକ୍ତ ଅଞ୍ଚଳ ଚିହ୍ନଟ କରାଯିବ।

୩. ପ୍ରତ୍ୟେକ ବ୍ଲକ୍‌ରେ ମସଲା କ୍ଲଷ୍ଟର ଗଠନ କରି ଚାଷୀ, କୃଷକ ଉତ୍ପାଦକ ସଂଗଠନ ଓ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଯୋଡ଼ାଯିବ।

୪. ମସଲା ବୋର୍ଡ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ବୈଜ୍ଞାନିକ ଚାଷ ପଦ୍ଧତି ଓ ଉନ୍ନତ ବିହନ ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ।

୫. ଅମଳ ପରେ ମସଲା ଶୁଖାଇବା, ଗ୍ରେଡିଂ, ସଂରକ୍ଷଣ ଓ ପ୍ରକ୍ରିୟାକରଣ ସୁବିଧା ବିକଶିତ କରିବା ଯୋଜନା ରହିଛି।

ଏଥିସହ ‘ସମ୍ବଲପୁର ସ୍ପାଇସେସ୍‌’ ନାମରେ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ଗଠନ କରିବାର ଲକ୍ଷ୍ୟ ରହିଛି। ଯୋଜନାର କାର୍ଯ୍ୟାନ୍ୱୟନ ଦ୍ୱାରା ମସଲା ଚାଷର ସମ୍ପ୍ରସାରଣ, ଉତ୍ପାଦର ବଜାର ସୁଯୋଗ ଏବଂ ଜିଲ୍ଲାର କୃଷିଭିତ୍ତିକ ଅର୍ଥନୀତିକୁ ଗତି ମିଳିବା ଆଶା କରାଯାଉଛି।

View All Web News