କେନ୍ଦ୍ରାପଡ଼ା, ଗରଦପୁର -19/10 ସୋମବାର (ଜ୍ୟୋତିର୍ମୟ ପରିଡା )
ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ବିଧାୟକ ଅରବିନ୍ଦ ମହାପାତ୍ର ବିଭିନ୍ନ ପୂଜାମଣ୍ଡପ ପରିକ୍ରମା କରିଛନ୍ତି, ଏହି ଗସ୍ତ ସମୟରେ ମହାମାୟୀ ମା ଦୁର୍ଗାଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସୁଖ, ସମବୃଦ୍ଧି ଓ ମଙ୍ଗଳ କାମନା କରି ମା, ଙ୍କ ଆଶ୍ରିବାଦ ଭିକ୍ଷା କରିଛନ୍ତି,
ମିଳୁଥିବା ସୂଚନା ମୁତାବକ ପୂଜା କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ସେମାନଙ୍କ ପ୍ରିୟ ବିଧାୟକ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ବିଧାୟକ ମଧ୍ୟ ସମସ୍ତ ମଣ୍ଡପ ରେ ଶ୍ରଦ୍ଧାଳୁ ଏବଂ କମିଟି ସଦସ୍ୟ ଙ୍କ ସହ ଆଲୋଚନା କରି ସେମାନଙ୍କ ଉତ୍ସାହ ବଢ଼ାଇଥିଲେ | ଏହି ଅବସରରେ ବିଧାୟକ ମହାପାତ୍ର ସମଗ୍ର ପାଟକୁରା ନିର୍ବାଚନ ମଣ୍ଡଳ ବାସୀଙ୍କୁ ଶାରଦୀୟ ଦୁର୍ଗା ପୂଜାର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ପ୍ରଦାନ କରିଥିଲେ | ଚଳିତ ବର୍ଷର ପୂଜା ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉନ୍ନତି ଆଣିଦେଉ ବୋଲି ସେ ନିଜ ବାର୍ତ୍ତା ରେ ପ୍ରକାଶ କରିଛନ୍ତି| ବିଧାୟକ ଙ୍କ ଏହି ମଣ୍ଡପ ପରିକ୍ରମା ସମୟରେ ତାଙ୍କ ସହ ସ୍ଥାନୀୟ ବରିଷ୍ଠ ନେତୃବୃନ୍ଦ, ଯୁବ ସଂଗଠକ ଏବଂ ବହୁ ସଂଖ୍ୟାରେ ସମର୍ଥକ ଉପସ୍ଥିତ ଥିଲେ |
ଗରଦପୁର ବ୍ଲକ ରୁ ଜ୍ୟୋତିର୍ମୟ ପରିଡା ଙ୍କ ରିପୋର୍ଟ, କଳିଙ୍ଗ ନିଉଜ




