FLASH!
ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ;୧୦୦୮ ଆଳତି ଓ କାନିକା ପ୍ରସାଦ ବଣ୍ଟନରେ ଭକ୍ତଙ୍କ ଭିଡ଼Ganjamଆଖୁଆ ଓଡ଼ଙ୍ଗ ପୂଜା ମଣ୍ଡପକୁ ଆସି ଆଶ୍ରିବାଦ ନେଲେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ ଆଖୁଆ ଓଡ଼ଙ୍ଗ ବାସୀଙ୍କୁ ଜଣାଇଲେ ଶାରଦୀୟ ଅଭିନନ୍ଦ ଓ ଶୁଭେଚ୍ଛାKendraparaବାମରା ରେଳ ଜନ ସଂବାଦରେ ଓଭରବ୍ରିଜ୍‌, ଅଣ୍ଡରପାସ୍‌ ଓ ଯାତ୍ରୀ ସୁବିଧା ନେଇ ଉଠିଲା ଅନେକ ଦାବିSambalpurଛତ୍ରପୁରରେ ଡିଭାଇଡରରେ ପିଟିଲା ନୂଆ ଇନୋଭା; ଅଳ୍ପକେ ବର୍ତ୍ତିଲେ ୭ ଜଣGanjamବିଭିନ୍ନ ପୂଜାମଣ୍ଡପ ବୁଲି ମା' ଙ୍କ ଆଶୀର୍ବାଦ ନେଲେ ବିଧାୟକ ଅରବିନ୍ଦ ମହାପାତ୍ର, ନିର୍ବାଚନମଣ୍ଡଳୀବlସିଙ୍କୁ ଜଣାଇଲେ ଶାରଦୀୟ ଶୁଭେଚ୍ଛାKendrapara​ସରିଲା ପ୍ରସ୍ତୁତି: ନଭେମ୍ବର ୧୩ରୁ ୧୫ ରାଉରକେଲାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ ।Bhubaneswarନଭେମ୍ବର ୧୩ରୁ ରାଉରକେଲାରେ ODMMର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ, ପ୍ରସ୍ତୁତି ଶେଷSambalpurସରିଲା ପ୍ରସ୍ତୁତି, ନଭେମ୍ବର ୧୩ରୁ ୧୫ ରାଉରକେଲାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପAngulଯାଜପୁର ଠାରେ ଡିଜିଟାଲ ସାମ୍ବାଦିକତାର ଦିଗ୍‌ଦର୍ଶନ ଦେଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିରKhordhaଯାଜପୁର ଠାରେ ଡିଜିଟାଲ ସାମ୍ବାଦିକତାର ଦିଗ୍‌ଦର୍ଶନ ଦେଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିରKhordha
Back to Web News

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ;୧୦୦୮ ଆଳତି ଓ କାନିକା ପ୍ରସାଦ ବଣ୍ଟନରେ ଭକ୍ତଙ୍କ ଭିଡ଼

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ;୧୦୦୮ ଆଳତି ଓ କାନିକା ପ୍ରସାଦ ବଣ୍ଟନରେ ଭକ୍ତଙ୍କ ଭିଡ଼

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ;୧୦୦୮ ଆଳତି ଓ କାନିକା ପ୍ରସାଦ ବଣ୍ଟନରେ ଭକ୍ତଙ୍କ ଭିଡ଼

ବେଲଗୁଣ୍ଠା,:-(ରିପୋର୍ଟ :ମଙ୍ଗୁଳୁ ପ୍ରଧାନ )ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ବେଲଗୁଣ୍ଠା ସହରର ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସହରର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସର ଓ କଂସାରି ସାହିରେ ଭକ୍ତିମୟ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା, ଆଳତି ଓ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ ଅଷ୍ଟମୀଠାରୁ ଦଶମୀ ପର୍ଯ୍ୟନ୍ତ ୧୦୮ ଆଳତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ପୂଜକ ଗାଣ୍ଡୁ ପତି ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିସହିତ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

ସେହିପରି କଂସାରି ସାହିରେ ମା’ଙ୍କ ପୂଜା ଅବସରରେ ୧୦୦୮ ଆଳତି ଅନୁଷ୍ଠିତ ହୋଇଥିଲା। ପୂଜକ ଯୋଗୀ ପତି ପୂଜାବିଧି ସମ୍ପନ୍ନ କରିଥିଲେ। ଏହି ଅବସରରେ ଜୟ ଜଗନ୍ନାଥ ଭଜନ ମଣ୍ଡଳୀ ପକ୍ଷରୁ ଭଜନ ସମାରୋହ ଆୟୋଜିତ ହୋଇଥିଲା। ଭଜନ ଓ ଭକ୍ତି ସଙ୍ଗୀତରେ ପରିବେଶ ଭକ୍ତିମୟ ହୋଇଉଠିଥିଲା।ପୂଜାର ଅନ୍ୟତମ ଆକର୍ଷଣ ଭାବେ ଆଜି କାନିକା ପ୍ରସାଦ ବଣ୍ଟନ କରାଯାଇଥିଲା। ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଉଭୟ ପୂଜାସ୍ଥଳୀରେ ପ୍ରବଳ ଜନସମାଗମ ହେବା ସହ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଦୁର୍ଗାପୂଜାକୁ ନେଇ ସମଗ୍ର ସହରରେ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।

View All Web News