FLASH!
ବିଭିନ୍ନ ପୂଜାମଣ୍ଡପ ବୁଲି ମା' ଙ୍କ ଆଶୀର୍ବାଦ ନେଲେ ବିଧାୟକ ଅରବିନ୍ଦ ମହାପାତ୍ର, ନିର୍ବାଚନମଣ୍ଡଳୀବlସିଙ୍କୁ ଜଣାଇଲେ ଶାରଦୀୟ ଶୁଭେଚ୍ଛାKendrapara​ସରିଲା ପ୍ରସ୍ତୁତି: ନଭେମ୍ବର ୧୩ରୁ ୧୫ ରାଉରକେଲାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ ।Bhubaneswarନଭେମ୍ବର ୧୩ରୁ ରାଉରକେଲାରେ ODMMର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ, ପ୍ରସ୍ତୁତି ଶେଷSambalpurସରିଲା ପ୍ରସ୍ତୁତି, ନଭେମ୍ବର ୧୩ରୁ ୧୫ ରାଉରକେଲାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପAngulଯାଜପୁର ଠାରେ ଡିଜିଟାଲ ସାମ୍ବାଦିକତାର ଦିଗ୍‌ଦର୍ଶନ ଦେଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିରKhordhaଯାଜପୁର ଠାରେ ଡିଜିଟାଲ ସାମ୍ବାଦିକତାର ଦିଗ୍‌ଦର୍ଶନ ଦେଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିରKhordhaରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ର ରେ କିରାଣୀରାଜKendrapara
Back to Web News

ନଭେମ୍ବର ୧୩ରୁ ରାଉରକେଲାରେ ODMMର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ, ପ୍ରସ୍ତୁତି ଶେଷ

ନଭେମ୍ବର ୧୩ରୁ ରାଉରକେଲାରେ ODMMର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ, ପ୍ରସ୍ତୁତି ଶେଷ

ବାମରା, ସମ୍ବଲପୁର: ଡିଜିଟାଲ ମିଡ଼ିଆ ସାମ୍ବାଦିକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଓ ଜ୍ଞାନର ବିକାଶ ଲକ୍ଷ୍ୟରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ପକ୍ଷରୁ ୧୩, ୧୪ ଓ ୧୫ ନଭେମ୍ବର ୨୦୨୬ ତାରିଖରେ ରାଉରକେଲାଠାରେ ତିନିଦିନିଆ ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାସଂଘ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।

ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଅନ୍ୟୂନ ଦୁଇଜଣ ଲେଖାଏଁ ସଦସ୍ୟ ସାମ୍ବାଦିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶିବିରରେ ଡିଜିଟାଲ ସାମ୍ବାଦିକତାର ବିଭିନ୍ନ ଦିଗ ସମ୍ପର୍କରେ ଅଭିଜ୍ଞ ଓ ବିଶିଷ୍ଟ ପ୍ରଶିକ୍ଷକମାନେ ପ୍ରଶିକ୍ଷଣ ଦେବା ସହ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବେ।

ବର୍ତ୍ତମାନର ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସାମ୍ବାଦିକମାନଙ୍କୁ ଅଧିକ ଦକ୍ଷ, ଦାୟିତ୍ୱବାନ ଓ ବୈଷୟିକ ଜ୍ଞାନସମ୍ପନ୍ନ କରିବା ସହ ଡିଜିଟାଲ ସାମ୍ବାଦିକତାର ଗୁଣବତ୍ତା ବୃଦ୍ଧି କରିବା ଏହି ଶିବିରର ପ୍ରମୁଖ ଉଦ୍ଦେଶ୍ୟ। ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ସାମ୍ବାଦିକଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି, ଅଭିଜ୍ଞତା ଆଦାନପ୍ରଦାନ ଏବଂ ସାଂଗଠନିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମହାସଂଘ ଆଶା ପ୍ରକାଶ କରିଛି।

ରାଜ୍ୟର ଡିଜିଟାଲ ମିଡ଼ିଆ ସାମ୍ବାଦିକମାନଙ୍କୁ ଏକ ସୁଦୃଢ଼ ମଞ୍ଚରେ ଏକତ୍ରିତ କରିବା ସହ ସେମାନଙ୍କ ବୃତ୍ତିଗତ ଦକ୍ଷତାର ବିକାଶ ଓ ସାମ୍ବାଦିକତାର ମାନ ବୃଦ୍ଧି ଦିଗରେ ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।

View All Web News