ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ମହିଳା ସାମ୍ବାଦିକମାନଙ୍କ ପ୍ରଥମ ରାଜ୍ୟସ୍ତରୀୟ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ।
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM) ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଡ଼ି ହୋଇଥିବା ମହିଳା ଡିଜିଟାଲ ମିଡିଆ ସାମ୍ବାଦିକମାନଙ୍କ ପ୍ରଥମ ବୈଠକ ଗୁଗୁଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମହାସଂଘର ରାଜ୍ୟ ସଭାପତି ଶ୍ରୀ ମନୋଜ ଶତପଥୀ ଅଧ୍ୟକ୍ଷତା କରିଥିଲେ। ରାଜ୍ୟର ମହିଳା ସାମ୍ବାଦିକ ମାନଙ୍କୁ ଏକ ସୁଦୃଢ଼ ମଞ୍ଚରେ ଏକତ୍ରିତ କରିବା, ସେମାନଙ୍କ ଦକ୍ଷତାର ବିକାଶ, ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ ଏବଂ ସାମୂହିକ ସ୍ୱାର୍ଥର ସୁରକ୍ଷା ନେଇ ଆଲୋଚନା ହୋଇଥିଲା।
ବୈଠକରେ ମହିଳା ସାମ୍ବାଦିକ ମାନଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ ରାଜ୍ୟସ୍ତରୀୟ ମହିଳା କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କମିଟି ମହିଳା ସାମ୍ବାଦିକମାନଙ୍କ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ରାଜ୍ୟରେ ମହିଳା ଡିଜିଟାଲ ମିଡିଆ ସାମ୍ବାଦିକତାର ବିକାଶ ଦିଗରେ କାର୍ଯ୍ୟ କରିବ।
ବୈଠକରେ ମହାସଂଘର ରାଜ୍ୟ ଉପସଭାପତି ଶ୍ରୀ ନିରଞ୍ଜନ ପାଣି, ସୁଶ୍ରୀ ଚନ୍ଦନା ଦାସ ଓ ସୃ ବିଜୟାନନ୍ଦ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର, ରାଜ୍ୟ ମହିଳା ସାମୁଖ୍ୟ ସଂଯୋଜିକା ଶ୍ରୀମତୀ ପୁଷ୍ପଲତା ସାମଲ, ରାଜ୍ୟ ପରିଷଦ ସଦସ୍ୟା ଶ୍ରୀମତୀ ଜୟଶ୍ରୀ ପାତ୍ର, ସୁଶ୍ରୀ ପ୍ରିୟା ଦର୍ଶିନୀ ଦାସ, ଜିଲ୍ଲା ମହିଳା ସାମୁଖ୍ୟ ସଂଯୋଜିକା ସୁଶ୍ରୀ ପଦ୍ମିନୀ ଖରସେଲ ଓ ରୀନାରାଣୀ ରାଉତ, ବଲାଙ୍ଗୀର ଜିଲ୍ଲା ଆଇନ ପରାମର୍ଶଦାତା ସୁଶ୍ରୀ ଶୁଭଞ୍ଜଳୀ ଗୁପ୍ତା, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ସତ୍ୟଜିତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l
ମହିଳା ସାମ୍ବାଦିକମାନଙ୍କ ଏକତା, ସଶକ୍ତୀକରଣ ଓ ସାମ୍ବାଦିକତାରେ ନୂତନ ସମ୍ଭାବନା ସୃଷ୍ଟି କରିବା ଦିଗରେ ODMMର ଏହି ପଦକ୍ଷେପ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ।
ମହିଳା ସାମ୍ବାଦିକଙ୍କ ଏକତା ହିଁ ସଂଗଠନର ଶକ୍ତି

