💮 *କାଶତଣ୍ଡୀ* 💮
*ଆଶୁତୋଷ ଦାସ*
ନଦୀ କୂଳ ଶୋଭା ଧବଳ ବର୍ଣ୍ଣ
ଶରତ ଆସିଛି ଜାଣି।
ବିଲ ମାଳ ରାସ୍ତା ଗହୀର ମଥା
ହସୁଛି ଧରଣୀ ରାଣୀ।
ମେଘ ଘଡଘଡି ବିଜୁଳି ମାଳା
ଫେରି ଗଲେ ଖେଳ ସାରି।
ଆକାଶ ରେ ତୋଫା ଜହ୍ନ ଆସିଛି
ଆଞ୍ଜୁଳୀ ରେ ଜ୍ୟୋସ୍ନା ଭରି।
ନଦୀ ପୁଷ୍କରିଣୀ ଗୋଳିଆ ପାଣି
ପାହାଡ଼ ରୁ ଆସେ ଝରି।
ବର୍ଷା ଚାଲି ଯାଇ ଶରତ ଆସେ
ସଫା ପାଣି ଯାଏ ଭରି।
ପ୍ରକୃତି ର ଏ କି ବିଚିତ୍ର ରୂପ
ବିଧାତା ନିଜେ ବିନ୍ଧାଣି।
କାଶତଣ୍ଡୀ ଫୁଲ କେଉଁ ଠୁଁ ଆସେ
ମାଆ ଙ୍କ ଆସିବା ଜାଣି।
ମନ ଟାଣି ନିଏ ନଈ ପଠା କୁ
ଘଡିଏ ଦେଖିବା ପାଇଁ।
ଶିହରଣ ଖେଳେ କବି ପ୍ରାଣ ରେ
ଭାବନା ରେ ହଜି ଯାଇ।
ଶୋଭା ପାଏ ନାହିଁ ମା ଙ୍କ ଗଳାରେ
ଅଭାଗିନୀ ଜନ୍ମ ନେଇ।
ଊଣା କରି ନାହିଁ ମନ ଭିତରେ
ହସେ ଖିଲି ଖିଲି ହୋଇ।
ଜୀବନ ସାର୍ଥକ ମାଆ ଙ୍କ ପାଇଁ
କାଶତଣ୍ଡୀ ଶୁଭ୍ର କେଶୀ।
ଦେବୀ ଙ୍କୁ ସ୍ଵାଗତ କରିବା ପାଇଁ
ଫାଟି ପଡୁଛି ତା ଖୁସି। 🙏


