FLASH!
ଜରାବଗା ଅଙ୍ଗନବାଡ଼ି ଛକରୁ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି, ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀSambalpurସମ୍ବଲପୁରରେ ୫ ବର୍ଷିଆ ମସଲା ବିକାଶ ଯୋଜନା, କୁଚିଣ୍ଡାର ୪ଟି ପଞ୍ଚାୟତରୁ ହେବ ଆରମ୍ଭSambalpurଝାଡ଼ଖଣ୍ଡ ଦେଇ ଚଳାଚଳ କରୁଥିବା ୬୦ରୁ ଅଧିକ ଟ୍ରେନ୍ ୧୭ ଡିସେମ୍ବର ପର୍ଯ୍ୟନ୍ତ ବାତିଲ୍, ଅନେକ ଟ୍ରେନ୍‌ର ମାର୍ଗ ପରିବର୍ତ୍ତନJharsugudaବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ;୧୦୦୮ ଆଳତି ଓ କାନିକା ପ୍ରସାଦ ବଣ୍ଟନରେ ଭକ୍ତଙ୍କ ଭିଡ଼Ganjamଆଖୁଆ ଓଡ଼ଙ୍ଗ ପୂଜା ମଣ୍ଡପକୁ ଆସି ଆଶ୍ରିବାଦ ନେଲେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ ଆଖୁଆ ଓଡ଼ଙ୍ଗ ବାସୀଙ୍କୁ ଜଣାଇଲେ ଶାରଦୀୟ ଅଭିନନ୍ଦ ଓ ଶୁଭେଚ୍ଛାKendraparaବାମରା ରେଳ ଜନ ସଂବାଦରେ ଓଭରବ୍ରିଜ୍‌, ଅଣ୍ଡରପାସ୍‌ ଓ ଯାତ୍ରୀ ସୁବିଧା ନେଇ ଉଠିଲା ଅନେକ ଦାବିSambalpurଛତ୍ରପୁରରେ ଡିଭାଇଡରରେ ପିଟିଲା ନୂଆ ଇନୋଭା; ଅଳ୍ପକେ ବର୍ତ୍ତିଲେ ୭ ଜଣGanjamବିଭିନ୍ନ ପୂଜାମଣ୍ଡପ ବୁଲି ମା' ଙ୍କ ଆଶୀର୍ବାଦ ନେଲେ ବିଧାୟକ ଅରବିନ୍ଦ ମହାପାତ୍ର, ନିର୍ବାଚନମଣ୍ଡଳୀବlସିଙ୍କୁ ଜଣାଇଲେ ଶାରଦୀୟ ଶୁଭେଚ୍ଛାKendrapara​ସରିଲା ପ୍ରସ୍ତୁତି: ନଭେମ୍ବର ୧୩ରୁ ୧୫ ରାଉରକେଲାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ ।Bhubaneswarନଭେମ୍ବର ୧୩ରୁ ରାଉରକେଲାରେ ODMMର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ, ପ୍ରସ୍ତୁତି ଶେଷSambalpur
Back to Web News

ନୟାପଲ୍ଲୀ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଶ୍ରୀଧର ପଣ୍ଡା ଙ୍କୁ ପୋଲିସ୍ ର ଏନକାଉଣ୍ଟର।

ନୟାପଲ୍ଲୀ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଶ୍ରୀଧର ପଣ୍ଡା ଙ୍କୁ ପୋଲିସ୍ ର ଏନକାଉଣ୍ଟର।

ନୟାପଲ୍ଲୀ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଶ୍ରୀଧର ପଣ୍ଡା ଙ୍କୁ ପୋଲିସ୍ ର ଏନକାଉଣ୍ଟର।

ଭୁବନେଶ୍ବର : ନୟାପଲ୍ଲୀ ଦୁଷ୍କର୍ମ ମାମଲା ।ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଶ୍ରୀଧର ପଣ୍ଡା ଙ୍କ ଗୋଡ଼ରେ ବାଜିଲା ଗୁଳି। ଚନ୍ଦକାରେ ପୋଲିସ ଏନକାଉଣ୍ଟର । ୩୦୦ ସିସିଟିଭି ଏବଂ ୪୮ ଘଣ୍ଟାର ମେଗା ଅପରେସନ । ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନୟାପଲ୍ଲୀ ବେହେରା ସାହି ବନ୍ଧୁକ ମୁନରେ ଦୁଷ୍କର୍ମ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଏବଂ ନୟାପଲ୍ଲୀ ପୋଲିସର ମିଳିତ ଚଢ଼ାଉ ବେଳେ ଚନ୍ଦକା ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଓରଫ ଶ୍ରୀଧର ପଣ୍ଡା (୨୪) ଗୁରୁତର ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନୟାପଲ୍ଲୀ ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ପଶି ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଘଟଣାକୁ ନେଇ ଭୁବନେଶ୍ୱର ଡିସିପିଙ୍କ ଶ୍ରବଣା ବିବେକ ଏମ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ଟି ଟିମ୍ ଗଠନ କରାଯାଇ ପ୍ରାୟ ୧୦୦ ପୋଲିସ କର୍ମଚାରୀଙ୍କୁ ନେଇ ୪୮ ଘଣ୍ଟାର ନନ-ଷ୍ଟପ୍ ଅପରେସନ୍ ଚାଲିଥିଲା । ସ୍ପେଶାଲ ସ୍କ୍ୱାଡ୍ ପ୍ରାୟ ୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିବା ସହ ବିପୁଳ ପରିମାଣର ବୈଷୟିକ ତଥ୍ୟ (Technical Data) ଆଧାରରେ ଅଭିଯୁକ୍ତ ଶ୍ରୀଧରକୁ ଚିହ୍ନଟ କରିଥିଲା । ଆଜି ପୋଲିସ ଟିମ୍ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚନ୍ଦକା ଥାନା ଅଞ୍ଚଳରେ ଘେରିଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ଶ୍ରୀଧର ଅତ୍ୟନ୍ତ ଉଗ୍ର ରୂପ ଧାରଣ କରି ପୋଲିସ କବଜାରୁ ଖସିଯିବାକୁ ଚେଷ୍ଟା କରିଥିଲା । ସେ ଏକ ସ୍କ୍ରୁ-ଡ୍ରାଇଭର ସାହାଯ୍ୟରେ ନୟାପଲ୍ଲୀ ଥାନାର ସବ୍-ଇନ୍ସପେକ୍ଟର (SI)ଙ୍କୁ ଛୁରାମାଡ଼ କରି ହତ୍ୟା ଉଦ୍ୟମ କରିଥିଲା । ନିଜ ଜୀବନର ସୁରକ୍ଷା ତଥା ଆତ୍ମରକ୍ଷାର୍ଥେ ପୋଲିସ ଟିମ୍ ପକ୍ଷରୁ ଦୁଇ ରାଉଣ୍ଡ ଜବାବୀ ଗୁଳି ଚାଳନା କରାଯାଇଥିଲା, ଯାହା ଅଭିଯୁକ୍ତର ଗୋଡ଼ରେ ବାଜିଥିଲା । ପୋଲିସ ସୂଚନା ଅନୁଯାୟୀ, ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ଏହି ଅଭିଯୁକ୍ତ ଶ୍ରୀଧର ପଣ୍ଡା ବର୍ତ୍ତମାନ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଗ୍ରାମରେ ରହୁଥିଲା । ସେ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ପୂର୍ବରୁ ମଧ୍ୟ ମୋବାଇଲ୍ ଚୋରି ମାମଲାରେ ଖଣ୍ଡଗିରି ଏବଂ ତମାଣ୍ଡୋ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲା । ସେ ସୁସ୍ଥ ହେବା ପରେ ତାକୁ ଆନୁଷ୍ଠାନିକ ଭାବେ ଗିରଫ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

View All Web News