FLASH!
ଜରାବଗା ଅଙ୍ଗନବାଡ଼ି ଛକରୁ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି, ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀSambalpurସମ୍ବଲପୁରରେ ୫ ବର୍ଷିଆ ମସଲା ବିକାଶ ଯୋଜନା, କୁଚିଣ୍ଡାର ୪ଟି ପଞ୍ଚାୟତରୁ ହେବ ଆରମ୍ଭSambalpurଝାଡ଼ଖଣ୍ଡ ଦେଇ ଚଳାଚଳ କରୁଥିବା ୬୦ରୁ ଅଧିକ ଟ୍ରେନ୍ ୧୭ ଡିସେମ୍ବର ପର୍ଯ୍ୟନ୍ତ ବାତିଲ୍, ଅନେକ ଟ୍ରେନ୍‌ର ମାର୍ଗ ପରିବର୍ତ୍ତନJharsugudaବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ;୧୦୦୮ ଆଳତି ଓ କାନିକା ପ୍ରସାଦ ବଣ୍ଟନରେ ଭକ୍ତଙ୍କ ଭିଡ଼Ganjamଆଖୁଆ ଓଡ଼ଙ୍ଗ ପୂଜା ମଣ୍ଡପକୁ ଆସି ଆଶ୍ରିବାଦ ନେଲେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ ଆଖୁଆ ଓଡ଼ଙ୍ଗ ବାସୀଙ୍କୁ ଜଣାଇଲେ ଶାରଦୀୟ ଅଭିନନ୍ଦ ଓ ଶୁଭେଚ୍ଛାKendraparaବାମରା ରେଳ ଜନ ସଂବାଦରେ ଓଭରବ୍ରିଜ୍‌, ଅଣ୍ଡରପାସ୍‌ ଓ ଯାତ୍ରୀ ସୁବିଧା ନେଇ ଉଠିଲା ଅନେକ ଦାବିSambalpurଛତ୍ରପୁରରେ ଡିଭାଇଡରରେ ପିଟିଲା ନୂଆ ଇନୋଭା; ଅଳ୍ପକେ ବର୍ତ୍ତିଲେ ୭ ଜଣGanjamବିଭିନ୍ନ ପୂଜାମଣ୍ଡପ ବୁଲି ମା' ଙ୍କ ଆଶୀର୍ବାଦ ନେଲେ ବିଧାୟକ ଅରବିନ୍ଦ ମହାପାତ୍ର, ନିର୍ବାଚନମଣ୍ଡଳୀବlସିଙ୍କୁ ଜଣାଇଲେ ଶାରଦୀୟ ଶୁଭେଚ୍ଛାKendrapara​ସରିଲା ପ୍ରସ୍ତୁତି: ନଭେମ୍ବର ୧୩ରୁ ୧୫ ରାଉରକେଲାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ ।Bhubaneswarନଭେମ୍ବର ୧୩ରୁ ରାଉରକେଲାରେ ODMMର ରାଜ୍ୟସ୍ତରୀୟ ଟ୍ରେନିଂ କ୍ୟାମ୍ପ, ପ୍ରସ୍ତୁତି ଶେଷSambalpur
Back to Web News

ମାଳି ବସ୍ତିରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଳି ବସ୍ତିରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଳି ବସ୍ତିରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ

​ଭୁବନେଶ୍ୱର, ୨୭/୦୯ : ସ୍ଥାନୀୟ ୟୁନିଟ୍-୩ ସ୍ଥିତ ମାଳି ବସ୍ତିଠାରେ ଆଜି ପୂର୍ବାହ୍ନ ୧୦.୩୦ ମିନିଟ୍ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ ଲାଇଭ୍ କାର୍ଯ୍ୟକ୍ରମର ମିଳିତ ଶ୍ରବଣ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

​ଏହି ବିଶେଷ କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଏବଂ ରାଜ୍ୟ ବିଜେପି ବସ୍ତି ସେଲ୍‌ର ସଂଯୋଜକ ଶ୍ରୀଯୁକ୍ତ ଅଜିତ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ କରିଥିବା ହିନ୍ଦୁ ସୁରକ୍ଷା ବାହିନୀ, ଭୁବନେଶ୍ୱର ଜିଲ୍ଲାର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବୁଦ୍ଧଦେବ ଦାସଙ୍କ ସମେତ ସଂଗଠନର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରୋହିତ କୁମାର ନାୟକ, ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ପ୍ରେମାନନ୍ଦ ପରିଡ଼ା, ହିନ୍ଦୁ ସୁରକ୍ଷା ବାହିନୀର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାତ କୁମାର ବାରିକ ଏବଂ ମିଡିଆ ସେଲ୍‌ର ଶ୍ରୀଯୁକ୍ତ କବିରାଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

​ଏଥିସହିତ ଜଣାଶୁଣା ସମାଜସେବୀ ଶ୍ରୀମତୀ ସ୍ୱର୍ଣ୍ଣଲତା ମହାସୁଆରଙ୍କ ସମେତ ବହୁ ସଂଖ୍ୟାରେ ବସ୍ତି ନେତା ଓ ସ୍ଥାନୀୟ ଜନସାଧାରଣ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଥିବା ବାର୍ତ୍ତାକୁ ଶୁଣିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଅଜିତ୍‌ ଦାସ ଓ ଶ୍ରୀଯୁକ୍ତ ବୁଦ୍ଧଦେବ ଦାସ ଅତି ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଉତ୍ସର୍ଗୀକୃତ ପ୍ରୟାସ ଓ ସୁନ୍ଦର ଆୟୋଜନ ପାଇଁ ସ୍ଥାନୀୟ ବସ୍ତି ସଂଘ ପକ୍ଷରୁ ଉଭୟଙ୍କୁ ଉଚ୍ଚ ପ୍ରଶଂସା କରାଯିବା ସହ ସାଧୁବାଦ ଜ୍ଞାପନ କରାଯାଇଛି।

View All Web News