FLASH!
Back to Web News

ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ସମୀକରଣ: ଗଠନ ହେଲା 'ଗୋଆ ଫାର୍ଷ୍ଟ' ମେଣ୍ଟ ।

ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ସମୀକରଣ: ଗଠନ ହେଲା 'ଗୋଆ ଫାର୍ଷ୍ଟ' ମେଣ୍ଟ ।

ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ସମୀକରଣ: ଗଠନ ହେଲା 'ଗୋଆ ଫାର୍ଷ୍ଟ' ମେଣ୍ଟ ।

ଆଗାମୀ ୨୦୨୭ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଆମ ଆଦମୀ ପାର୍ଟି (ଆପ୍) ଏବଂ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ପରସ୍ପର ସହ ହାତ ମିଳାଇ ଏକ ନୂତନ ରାଜନୈତିକ ଗଠବନ୍ଧନର ଘୋଷଣା କରିଛନ୍ତି। ଏହି ମେଣ୍ଟର ନାମ 'ଗୋଆ ଫାର୍ଷ୍ଟ' (Goa First) ରଖାଯାଇଛି।

ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳର ପ୍ରମୁଖ ନେତାମାନଙ୍କ ଉପସ୍ଥିତିରେ ଏହି ନୂଆ ମେଣ୍ଟ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। "ଗୋଆ ଫାର୍ଷ୍ଟ, ଗୋଆନ୍ସ ଫାର୍ଷ୍ଟ" (ପ୍ରଥମେ ଗୋଆ, ପ୍ରଥମେ ଗୋଆବାସୀ) ସ୍ଲୋଗାନ ସହ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ, ନେତ୍ରୀ ଅତିଶୀ ଏବଂ ଗୋଆ ଫରୱାର୍ଡ ପାର୍ଟିର ବରିଷ୍ଠ ନେତାଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଆପ୍ ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଗୋଆର ଭୋଟରମାନେ ବିଜେପି ଏବଂ କଂଗ୍ରେସ ଦ୍ୱାରା ବାରମ୍ବାର ପ୍ରତାରିତ ହୋଇଛନ୍ତି। ସେ କହିଛନ୍ତି, "ଗୋଆବାସୀ ଦୁଇଥର ଧୋକା ଖାଇସାରିଛନ୍ତି, କିନ୍ତୁ ତୃତୀୟ ଥର ସେମାନେ ଧୋକା ଖାଇବା ମୁଡ୍‌ରେ ନାହାନ୍ତି। ବିଜେପି ଏବଂ କଂଗ୍ରେସ ନିର୍ବାଚନ ସମୟରେ ପରସ୍ପର ବିରୋଧରେ ଲଢ଼ୁଥିଲେ ମଧ୍ୟ ବନ୍ଦ କୋଠରୀ ଭିତରେ ସେମାନେ ଏକାଠି ହୋଇ ସେଟିଂ କରନ୍ତି ଏବଂ ସରକାର ଗଠନ କରିବାରେ ପରସ୍ପରକୁ ସାହାଯ୍ୟ କରନ୍ତି। ଗୋଆବାସୀ ଏକ ପ୍ରକୃତ ବିକଳ୍ପ ପାଇବାକୁ ଯୋଗ୍ୟ, ଯାହା ପ୍ରକୃତରେ ଗୋଆକୁ ପ୍ରଥମ ସ୍ଥାନରେ ରଖିବ।"

ଗଣେଶ ଚତୁର୍ଥୀ ଅବସରରେ ଏହି ମେଣ୍ଟକୁ ଗୋଆ ରାଜନୀତିରେ ଏକ "ନୂତନ ଆରମ୍ଭ" ବୋଲି ଅଭିହିତ କରି କେଜ୍ରିୱାଲ ଦାବି କରିଛନ୍ତି ଯେ, ଶାସକ ବିଜେପି ଆଗାମୀ ନିର୍ବାଚନରେ ସଂଖ୍ୟଗରିଷ୍ଠତା ପାଇବ ନାହିଁ ଏବଂ ଗୋଆ ଫାର୍ଷ୍ଟ ମେଣ୍ଟ ହିଁ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବ। ସେ ଆହୁରି କହିଥିଲେ ଯେ ଗୋଆବାସୀଙ୍କ ସ୍ୱାର୍ଥ ରକ୍ଷା ଏଵଂ ରାଜ୍ୟର ସର୍ବାଙ୍ଗୀନ ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ଅଧିକାରକୁ ପ୍ରାଥମିକତା ଦେବା।ରାଜ୍ୟରେ ଚାଲିଥିବା ଦୁର୍ନୀତି ଏବଂ ରାଜନୈତିକ ଦଳବଦଳ ସଂସ୍କୃତି ବିରୋଧରେ ଏକ ସ୍ୱଚ୍ଛ ପ୍ରଶାସନ ପ୍ରଦାନ କରିବା। ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଏବଂ ପରିବେଶ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେବା।

ଏହି ନୂତନ ମେଣ୍ଟ ଘୋଷଣା ହେବା ପରେ ଆଗାମୀ ଦିନରେ ରାଜ୍ୟର ନିର୍ବାଚନୀ ବାତାବରଣ ଅଧିକ ସରଗରମ ହେବାକୁ ଯାଉଛି।

View All Web News