FLASH!
Back to Web News

ଆସନ୍ତାକାଲି ସାରା ଦେଶରେ ବ୍ୟାଙ୍କ ଧର୍ମଘଟ: ବାଧାପ୍ରାପ୍ତ ହୋଇପାରେ ଚେକ୍ କ୍ଲିୟରାନ୍ସ ଓ ଆର୍ଥିକ କାରବର।

ଆସନ୍ତାକାଲି ସାରା ଦେଶରେ ବ୍ୟାଙ୍କ ଧର୍ମଘଟ: ବାଧାପ୍ରାପ୍ତ ହୋଇପାରେ ଚେକ୍ କ୍ଲିୟରାନ୍ସ ଓ ଆର୍ଥିକ କାରବର।

ଆସନ୍ତାକାଲି ସାରା ଦେଶରେ ବ୍ୟାଙ୍କ ଧର୍ମଘଟ: ବାଧାପ୍ରାପ୍ତ ହୋଇପାରେ ଚେକ୍ କ୍ଲିୟରାନ୍ସ ଓ ଆର୍ଥିକ କାରବାର!

ଭୁବନେଶ୍ଵର: ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୧ ତାରିଖରେ ସାରା ଦେଶରେ ବ୍ୟାଙ୍କ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଦେଶବ୍ୟାପୀ ଏକ ଦିନିଆ ମହାଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କ କର୍ମଚାରୀ ସଂଗଠନ ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଙ୍କଗୁଡ଼ିକରେ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ଲାଗୁ କରିବା ଏବଂ ଇନସେଣ୍ଟିଭ୍ ବ୍ୟବସ୍ଥାରେ ପାତରଅନ୍ତର ନୀତିକୁ ବିରୋଧ କରି ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲା। ଏହି ସମ୍ପର୍କିତ ଆଲୋଚନା କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ଷରେ ପହଞ୍ଚି ନପାରିବାରୁ କର୍ମଚାରୀ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛି।

ଏହି ଏକ ଦିନିଆ ଧର୍ମଘଟ ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରେ ଚେକ୍ କ୍ଲିୟରାନ୍ସ ପ୍ରକ୍ରିୟା ଏବଂ ନଗଦ ଟଙ୍କା କାରବାର ଭଳି ଜରୁରୀକାଳୀନ ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଯାହାଫଳରେ ସାଧାରଣ ଗ୍ରାହକ ଓ ବ୍ୟବସାୟୀମାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ସେମାନଙ୍କର ଏହି ନ୍ୟାଯ୍ୟ ଦାବି ପୂରଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ। ଚଳିତ ମାସ ସେପ୍ଟେମ୍ବର ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କ୍ରମାଗତ ୩ ଦିନ ପାଇଁ ବ୍ୟାଙ୍କ ସେବା ବନ୍ଦ ରହିବ। ଏହାପରେ ମଧ୍ୟ ଯଦି କୌଣସି ସମାଧାନ ନବାହାରେ, ତେବେ ଆସନ୍ତା ଅକ୍ଟୋବର ୨୨ ତାରିଖରୁ ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଠପ୍ କରିଦିଆଯିବ ବୋଲି UFBU ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।

View All Web News