FLASH!
Back to Web News

ଶିବାନନ୍ଦ ନଗର ସ୍ଥିତ ମାଆ ସରସ୍ଵତୀ ବିଦ୍ୟାମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ ଓ ମାତୃ ସମ୍ମିଳନୀ ପାଳିତ।

ଶିବାନନ୍ଦ ନଗର ସ୍ଥିତ ମାଆ ସରସ୍ଵତୀ ବିଦ୍ୟାମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ ଓ ମାତୃ ସମ୍ମିଳନୀ ପାଳିତ।

ଶିବାନନ୍ଦ ନଗର ସ୍ଥିତ ମାଆ ସରସ୍ଵତୀ ବିଦ୍ୟାମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ ଓ ମାତୃ ସମ୍ମିଳନୀ ପାଳିତ।

ବ୍ରହ୍ମପୁର :ଶିବାନନ୍ଦନଗର ସ୍ଥିତ ମା'ସରସ୍ୱତୀ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ଓ ମାତୃସମ୍ମିଳନୀ ପାଳିତ ହୋଇଛି। ବିଦ୍ୟାମନ୍ଦିରର ଉପଦେଷ୍ଟା ଅବସରପ୍ରାପ୍ତ ଅଧ୍ୟାପକ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଗାୟତ୍ରୀ ଶକ୍ତିପୀଠର ପ୍ରବନ୍ଧକ ପ୍ରଫୁଲ୍ଲ ଚନ୍ଦ୍ର ଦାଶ ଓ ବକ୍ତା ଭାବେ ସହାୟକ ଯନ୍ତ୍ରୀ ପ୍ରଭାକର ପଣ୍ଡା ଯୋଗ ଦେଇଥିଲେ। ଅପରାହ୍ନରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ଡ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଅଧ୍ଯକ୍ଷତା କରିଥିବାବେଳେ ମୁଖ୍ୟ ଅତିଥ୍ ସୂର୍ଯ୍ୟ ନାରାୟଣ ଦାଶ ଓ ମୁଖ୍ୟବକ୍ତା ଭାବେ

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସିଏଚ୍, ଲକ୍ଷ୍ମୀ ପାତ୍ର ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥ୍‌ ଭାବେ ପରିଚାଳନା ସମିତିର ସମ୍ପାଦକ ଯଜ୍ଞ ନାରାୟଣ ପାଠୀ, ଯୁଗ୍ମସମ୍ପାଦକ ଜୟରାମ ସ୍ଵାଇଁ, ଆଇନ ପରାମର୍ଶଦାତା ସୁରେନ୍ଦ୍ର ପଟ୍ଟନାୟକ, ସଦସ୍ୟ ମହେଶ୍ଵର ପଣ୍ଡା, ଜ୍ୟୋସ୍ନାରାଣୀ ମିଶ୍ର, ସୁନୀତା ସାହୁ ମଞ୍ଚାସୀନ ଥିଲେ। ବିଦ୍ୟାମନ୍ଦିର ପ୍ରତିଷ୍ଠାତା ଗୌରୀ ଶଙ୍କର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟା ମମତା କୁମାରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଆଚାର୍ଯ୍ୟା ବନ୍ଦନା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା, ବରିଷ୍ଠ ଆଚାର୍ଯ୍ୟ ବଳରାମ ସାହୁଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଓ ଆଚର୍ଯ୍ୟା ସହଯୋଗ କରିଥିଲେ।

View All Web News