FLASH!
Back to Web News

ଭୁବନେଶ୍ବର: ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି। ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ (ପିୟୁସିସି) ଜରିମାନା ହ୍ରାସ କରିଛନ୍ତି ରାଜ୍ୟ ସରକାର।

ଭୁବନେଶ୍ବର: ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି। ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ (ପିୟୁସିସି) ଜରିମାନା ହ୍ରାସ କରିଛନ୍ତି ରାଜ୍ୟ ସରକାର।

ଭୁବନେଶ୍ବର: ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି। ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ (ପିୟୁସିସି) ଜରିମାନା ହ୍ରାସ କରିଛନ୍ତି ରାଜ୍ୟ ସରକାର। କୋହଳ ହୋଇଛି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ (ପିୟୁସିସି) ଜରିମାନା। ନୂତନ ଧାର୍ଯ୍ୟ ଜରିମାନା ଅନୁଯାୟୀ, ବାଇକ୍‌ ଚାଳକ ପ୍ରଥମ ଥର ଧରାପଡ଼ିଲେ ୧ ହଜାର ଟଙ୍କା, ଦ୍ବିତୀୟ ଥର ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଦେବେ। ସେହିପରି ତିନି ଚକିଆ ଗାଡ଼ି ଚାଳକ ପ୍ରଥମ ଥର ଧରାପଡ଼ିଲେ ୧ ହଜାର ଟଙ୍କା ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଟଙ୍କା ଦେବେ। ସେହିପରି ଟ୍ରାକ୍ଟର, ଟ୍ରେଲର ଗାଡ଼ି ପାଇଁ ପ୍ରଥମ ଥର ଧରାପଡ଼ିଲେ ୨ ହଜାର ଟଙ୍କା। ୨ୟ ଥର ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକଚୁ ପଡ଼ିବ। ଅନ୍ୟାନ୍ୟ ଗାଡ଼ି ପ୍ରଥମ ଥର ଧରାପଡ଼ିଲେ ୩ ହଜାର ଟଙ୍କା, ୨ୟ ଥର ଧରାପଡ଼ିଲେ ୬ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଓଡ଼ିଶାରେ ପିୟୁସିସି ନଥିଲେ ସର୍ବାଧିକ ୧୦ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଥିଲା। ଏନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଏହାକୁ ଆଖି ଆଗରେ ରଖି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଭୁବନେଶ୍ୱରରେ ଏ ସଂପର୍କରେ ଘୋଷଣା କରିଛନ୍ତି।

ନୂତନ ସଂଶୋଧିତ ନିୟମ ଅନୁଯାୟୀ, ଗାଡ଼ିର ପ୍ରକାର ଭେଦରେ ଜରିମାନା ରାଶି ସ୍ଥିର କରାଯାଇଛି । ମୋଟରସାଇକେଲ, ବାଇକ୍ ଏବଂ ତିନି ଚକିଆ ଯାନ (ଯାତ୍ରୀବାହୀ କିମ୍ବା ମାଲ ପରିବହନ) କ୍ଷେତ୍ରରେ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ଏଣିକି ୧,୦୦୦ ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ମୋଟର କ୍ୟାବ୍, ମୋଟର କାର୍, ଜିପ୍, ଟ୍ରାକ୍ଟର ଏବଂ ଟ୍ରେଲର ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୫,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି । ଅନ୍ୟାନ୍ୟ ପରିବହନ ଯାନ ଏବଂ ଉପରୋକ୍ତ ଶ୍ରେଣୀଭୁକ୍ତ ହୋଇନଥିବା ଗାଡ଼ି ଗୁଡ଼ିକ ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୩,୦୦୦ ଟଙ୍କା ଏବଂ ପରବର୍ତ୍ତୀ ସମୟ ପାଇଁ ୬,୦୦୦ ଟଙ୍କା ଜରିମାନା ଦେବାକୁ ହେବ ।

ପୂର୍ବରୁ ଜନସାଧାରଣଙ୍କ ଅନୁରୋଧ କ୍ରମେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପ୍ରକ୍ରିୟାକୁ କିଛି ଦିନ ପାଇଁ କୋହଳ କରାଯାଇଥିଲା ଏବଂ ଏହି ଅବଧି ଏପ୍ରିଲ୍ ୧ ଟାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା । ମାତ୍ର ବର୍ତ୍ତମାନ ସରକାର ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି । ମୋଟର ଯାନ ଆଇନର ସଠିକ୍ ଅନୁପାଳନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତା ଉପରେ ଯାଞ୍ଚ ସହିତ ଇ-ଡିଟେକ୍ସନ ଜରିଆରେ ମଧ୍ୟ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଏହା ସହିତ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯେ, ଯଦି କୌଣସି ଗାଡ଼ିର ଇ-ଚାଲାଣ ୯୦ ଦିନରୁ ଅଧିକ ସମୟ ଧରି ବକେୟା ରହିଛି, ତେବେ ସେହି ଗାଡ଼ିର ପିୟୁସିସି ପ୍ରମାଣପତ୍ର ହୋଇପାରିବ ନାହିଁ । ଆଇନରେ ଏହି ବ୍ୟବସ୍ଥା ରହିଥିବାରୁ ଏହାକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବ । ତେଣୁ ସଡ଼କ ସୁରକ୍ଷା ନିୟମ ପାଳନ କରିବା ସହ ନିଜ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଏବଂ ବୀମା ଆଦି ସମସ୍ତ କାଗଜପତ୍ର ଅପ୍-ଟୁ-ଡେଟ୍ ରଖିବାକୁ ସରକାର ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କାର୍ଯ୍ୟାନୁଷ୍ଠାନ କେବଳ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କରାଯାଉଥିବାରୁ, ସମସ୍ତେ ସଚେତନ ହୋଇ ମୋଟର ଯାନ ଆଇନର ଅନୁପାଳନ କରିବା ଆବଶ୍ୟକ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

View All Web News