ଯାଜପୁର ବସ ଷ୍ଟାଣ୍ଡରେ 'ସବୁଜ କୃଷକ ସେବା ସଙ୍ଗଠନ' ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ।
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ଅବସରରେ ଯାଜପୁର ବସ ଷ୍ଟାଣ୍ଡ ପରିସରରେ 'ସବୁଜ କୃଷକ ସେବା ସଙ୍ଗଠନ' ପକ୍ଷରୁ ଆନନ୍ଦ ଉଲ୍ଲାସର ସହ ରକ୍ଷାବନ୍ଧନ ଦିବସ ପାଳିତ ହୋଇଯାଇଛି। ଭାଇ-ଭଉଣୀଙ୍କ ସ୍ନେହ ଓ ଶ୍ରଦ୍ଧାର ଏହି ଅନନ୍ୟ ପର୍ବକୁ ସଙ୍ଗଠନର କର୍ମକର୍ତ୍ତାମାନେ ବେଶ୍ ଧୁମଧାମରେ ପାଳନ କରିଥିଲେ।
ଏହି ଅବସରରେ ଅନୁଷ୍ଠାନର ସଭ୍ୟା/ଭଉଣୀମାନେ ସଙ୍ଗଠନର ସଭ୍ୟ/ଭାଇମାନଙ୍କ ହାତରେ ସ୍ନେହର ରାକ୍ଷୀ ବାନ୍ଧି ସେମାନଙ୍କର ସୁଖ, ସମୃଦ୍ଧି ଓ ନିରାମୟ ଜୀବନ କାମନା କରିଥିଲେ। ଏଵଂ ସଙ୍ଗଠନ ପକ୍ଷରୁ ଭଉଣୀ ମାନଙ୍କୁ ଶାଢ଼ୀ ପ୍ରଦାନ କରାଯାଇ ଥିଲା, ସଙ୍ଗଠନ ର ବରିଷ୍ଠ କର୍ମ କର୍ତ୍ତା ଶ୍ରୀଧର ଦାସ, ଅର୍ଜ୍ଜୁନ ବେହେରା,ମାନ ଗୋବିନ୍ଦ ପତି, ଦିଲୀପ ବଳ ଙ୍କ ସମେତ ସଙ୍ଗଠନର ଅନେକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ସାମାଜିକ ଏକତା ଓ ସଂଗଠନର ଆଭିମୁଖ୍ୟ ଉପରେ ଚର୍ଚ୍ଚା କରିଥିଲେ।
ସଙ୍ଗଠନର ମୂଳ ଉଦ୍ଦେଶ୍ୟ, କୃଷକ ସମାଜର କଲ୍ୟାଣ, ନିଜ ଭିତରେ ଭାଇଚାରା ବଜାୟ ରଖିବା ଏବଂ ଆଗାମୀ ଦିନରେ ସମାଜସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଅନୁଷ୍ଠାନର ଏହି ସୁନ୍ଦର ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।


