FLASH!
Back to Web News

ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ର ରେ କିରାଣୀରାଜ

ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ର ରେ କିରାଣୀରାଜ

କେନ୍ଦ୍ରାପଡ଼ା: ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ କିରାଣୀ ଦୀର୍ଘ ୧୯ ବର୍ଷ ଧରି ଜୁନିଅର କିରାଣୀ ପଦରେ ଲଗାତର ରହି ତମାମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଆଶ୍ଚର୍ଯ୍ୟ କରିଛି। ରବି ନାରାୟଣ ମହାପାତ୍ର ନାମକ ଏହି ଜୁନିଅର କିରାଣୀ ୨୦୦୭ ମସିହାରୁ ନିୟମିତ ଭାବରେ ଗୋଟିଏ ଷ୍ଟେସନରେ ରହିବାର ଅଭିସନ୍ଧି ନେଇ ପ୍ରଶ୍ନ ଉଠିଛି। ଏ ବାବଦରେ ବାରମ୍ବାର ବିଭିନ୍ନ ସମୟରେ ଏହି କର୍ମଚାରୀଙ୍କ ବଦଳି କଣ ପାଇଁ କରା ଯାଉନାହିଁ ବୋଲି ଅଭିଯୋଗ ହେଲେ ମଧ୍ୟ କେଉଁ ଏକ ଅଜଣା କାରଣ ଓ ଅଭୟ ଆଶୀର୍ବାଦ ତାଙ୍କ ସପକ୍ଷରେ ଅଛି ତାହା ସନ୍ଦେହ ସୃଷ୍ଟି କରିଛି। ନିଜ ବାପାଙ୍କ ଦେହାନ୍ତ ପରେ ପାରିବାରିକ ଥଇଥାନ ବ୍ୟବସ୍ଥା ରେ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇଥିବା ଏହି କର୍ମଚାରୀ ଜଣକ ବହୁବର୍ଷ ଧରି ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଚାକିରୀ କରିଵା ଜିଲ୍ଲା ପ୍ରଶାସନର ପ୍ରଶାସନିକ ସ୍ଵଛତା ନେଇ ସନ୍ଦେହ ଆଣିଛି। ସରକାରୀ ନିୟମ ମୁତାବକ ଜଣେ କର୍ମଚାରୀ ସର୍ବାଧିକ ଭାବରେ ୩ ବର୍ଷ ଗୋଟିଏ ଷ୍ଟେସନରେ ଚାକିରୀ କରିବାର ନିୟମକୁ କେଉଁ ଆଧାରରେ ଏବଂ କେଉଁ କାରଣ ପାଇଁ ଲାଗୁ କରାଯାଇ ନାହିଁ ତାହାର ତଦନ୍ତ ହେବା ସହ ତାଙ୍କୁ ତୁରନ୍ତ ରାଜକନିକାରୁ ଅନ୍ୟତ୍ର ବଦଳି କରିବାକୁ ଦାବୀ ହୋଇଛି। ଏ ସମ୍ପର୍କରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବାଦଲ ମହାନ୍ତିଙ୍କୁ ପଚାରିବାରୁ ସେ ଏହା ଜାଣିଥିଲେ ବି ଯେହେତୁ ଏହା ସିଡିଏମଓ ଙ୍କ ଅଧୀନ ର କାମ ତେଣୁ ଆମେ କିଛି କରି ପାରିବୁ ନାହିଁ ବୋଲି କହିଛନ୍ତି। ଦୀର୍ଘ ୧୯ ବର୍ଷ ଧରି ରାଜକନିକାରେ ଡେରା ପକାଇଥିବା କର୍ମଚାରୀଙ୍କ ଅନ୍ୟତ୍ର ବଦଳି କରି ସରକାର ପ୍ରଶାସନିକ ସ୍ୱଛତା ଆଣିବାକୁ ଦାବୀ ହୋଇଛି

View All Web News